ସବୁ ଭୁଲର କ୍ଷମା ନ ଥାଏ ……

କିଛି ଭୁଲ କରିଥିବା
ମଣିଷଟା ଆଶ୍ବସ୍ତି ଲାଭ କରେ
ଯଦି ତାକୁ କ୍ଷମା ମିଳେ,
କ୍ଷମା ହିଁ ତା ପାଇଁ
ପ୍ରାୟଶ୍ଚିତର ବାଟ ଫିଟା ଏ,
ହେଲେ ସବୁ ଭୁଲର
କ୍ଷମା ନ ଥାଏ ……

ମଣିଷ ତ ଭୁଲ କରେ,
ତା ଜାଣତରେ ହେଉ
କି ଅଜାଣତରେ ହେଉ,
ଭୁଲ ହିଁ ଭୁଲ,
ଭୁଲ କରେ ଜଣେ
ହେଲେ ତା ପାଇଁ
ଶାସ୍ତି ପାଏ
ଆଉ ଏକ ନିରୀହ ମଣିଷଟିଏ….

କିନ୍ତୁ ସେ ନିରୀହ
ମଣିଷର ଅପରାଧ କଣ?
ସେ ତ କୌଣସି ଭୁଲ
କରିନି,
ସେ ତ କୌଣସି ପାପ
କରିନି,
ସେ ତା କାହାର ଅପରାଧ
କରିନି,
ତେବେ ସେ କାହିଁକି
ଅପରାଧିର ଦଣ୍ଡ
ପାଇବ?
ତା ଆଖିରେ
ଆଞ୍ଜୁଳା ଆଞ୍ଜୁଳା
ଲୁହ,
ତା ବୁକୁ ଭିତରେ
ଅବ୍ୟକ୍ତ ଯନ୍ତ୍ରଣାର
କୋହ,
କାହାକୁ ସେ
କହିବ ନିଜ ଅନ୍ତ୍ରଦାହ?

କ୍ଷମା ତ ସ୍ବର୍ଗୀୟ,
କ୍ଷମା ହିଁ
ମହାନ କରେ
ଏକ ସରଳ ମଣିଷକୁ
ଦୁନିଆ ଆଗରେ,
ହେଲେ ସବୁ
ଭୁଲର କ୍ଷମା
ନଥାଏ,
କାହିଁକି ନା
କିଛି ମଣିଷ ନିଜ
ଜାଣତରେ ଏମିତି କିଛି
ଭୁଲ କରିବସେ,
ଯାହାର ଶାସ୍ତି ପାଏ,
ନିରପରାଧ ମଣିଷଟି,
ଯେଉଁଥିପାଇଁ
ସେ ଯନ୍ତ୍ରଣାର ଅଗ୍ନିରେ
ପାଉଁଶ ପାଲଟେ,
ତେଣୁ ସବୁ ଭୁଲର
କ୍ଷମା ନଥାଏ

2 thoughts on “ସବୁ ଭୁଲର କ୍ଷମା ନ ଥାଏ ……

Leave a Reply to TUSHAR RANJAN PANDA Cancel reply

Your email address will not be published. Required fields are marked *