ସ୍ବପ୍ନ ଆଉ ସତ

ଆକାଶକୁ ଛୁଇଁବାକୁ ମନ କଲେ
କଣ ଆକାଶକୁ ଛୁଇଁ ହୁଏ!
ଜହ୍ନ ଦେହରେ ଘର କରିବାକୁ ଇଛା କଲେ
କଣ ଘର କରି ହୁଏ!
ନା ତାରାମାନଙ୍କୁ ହାତ ପାପୁଲିରେ
ତୋଳି ଧରିବାକୁ ସ୍ବପ୍ନ ଦେଖିଲେ
ସେ ସ୍ବପ୍ନ ସତ କେବେ ହୁଏ!
ସବୁ ଇଛା କରୁଥିବା ଜିନିଷ ଯଦି
ସତରେ ମିଳିଯାଉଥାନ୍ତା
ତାହାଲେ ରାବଣ ସ୍ୱର୍ଗକୁ ନିଶୁଣି
ବି ତିଆରି କରି ପାରିଥାନ୍ତା,
ମଣିଷର ମନ ଯାହା ଚାହେଁ
ତାହା ନା ସବୁବେଳେ ସମସ୍ତଙ୍କୁ
ମିଳେ ନା କେବେ
ସବୁ ସ୍ବପ୍ନ କେବେ ସତ ହୋଇପାରେ!
ଜୀବନଟା ଏକ ଲୁଡୁ ପଟି ପରି
ସାପ ଆଉ ସିଡ଼ି ର ଛକାପଞ୍ଜା ଖେଳ
କେତେବେଳେ ଉପରେ
ଆଉ କେତେବେଳେ ତଳେ,
ସବୁବେଳେ ଅନିଶ୍ଚିତ ଭବିଷ୍ୟତ
ସବୁବେଳେ ଆଶା ଓ ଆକାଂକ୍ଷାର ଅଵର୍ତମାନ
ଯେଉଁ ମଣିଷ ଏ ସବୁକୁ ବୁଝିପାରେ
ସେ କେବେ ହାରି ଯାଏନି
ଆଉ ଯେଉଁ ମଣିଷ ଏ ସବୁକୁ ବୁଝି ନପାରେ,
ସେ ସବୁବେଳେ ବୁଡି ରହେ
ଅବଶୋଷର ଅନ୍ଧାରରେ ……..

 

Leave a Reply

Your email address will not be published. Required fields are marked *