ସରଳ ମଣିଷର ଯନ୍ତ୍ରଣା

ଯଦି ମୁଁ ଦେଖୁଚି
ଗୋଟେ ପଟେ ବିଶ୍ୱାସ
ଆଉ ଭରଷା
ଆଉ ବୁଲି ପଡି ଦେଖେ ତ
ଅନ୍ୟ ପଟେ
ଛଳନା ଆଉ ପ୍ରତାରଣାର
ଅଟ୍ଟହାସ୍ୟ ,
ତେବେ ମୁଁ କାହାକୁ
ଦୋଷ ଦେବି ଯେ
ନିଜ ଛଡ଼ା !!!!
ଏଇଠି ମଣିଷକୁ ବିଶ୍ୱାସ
କରିବା ହିଁ
ନିହାତି ନିର୍ବୋଧତା ,
କାହିଁକିନା ଆଜିର
ଦୁନିଆଁରେ ସରଳ
ହେବା ହିଁ
ନିହାତି ମୂର୍ଖତା !!!
ଏଇଠି ସ୍ୱାର୍ଥପର ମଣିଷମାନେ
ସବୁବେଳେ ଖୋଜି
ବୁଲୁଥାନ୍ତି ନିରୀହ ମଣିଷମାନଙ୍କୁ,
ଯାହାଙ୍କୁ ସେମାନେ ଛଳନାର
ମୁଖାପିନ୍ଧି ବନ୍ଧୁ ହେବାର
ମିଛ ଅଭିନୟ କରିପାରିବେ,
ଆଉ ବିଚରା
ସରଳ ମଣିଷମାନେ,
ସବୁକୁ ବିଶ୍ୱାସ କରିପକାନ୍ତି
କିଛି ବୁଝି ନପାରି,
ଆଉ ସେଇ ସ୍ୱାର୍ଥପରମାନେ
ତାଙ୍କୁ ହିଁ ପ୍ରତାରଣା
କରି ସ୍ୱାର୍ଥ ହାସଲପରେ
ଚାଲିଯାନ୍ତି,
ଆଉ ସେ ସରଳ
ମଣିଷମାନେ,
ଜୀବନସାରା ଆଘାତର
ଯନ୍ତ୍ରଣାରେ ଦିକ ଦିକ
ହୋଇ କଷ୍ଟ ପାଉଥାନ୍ତି,
ନିଜ ମନରେ ହୃଦୟରେ
ଆଉ ଆତ୍ମାର ଚୌହଦୀରେ
ମ୍ରିୟମାଣ ହୋଇ …….

Leave a Reply

Your email address will not be published. Required fields are marked *