ଗୋଟେ ସରଳ ମଣିଷ
ସବୁବେଳେ ଖୋଜୁଥାଏ,
ତା ଭଳି ସରଳ ମଣିଷଟିଏ ,
ଯିଏ ତା ଭଳି ଛନ୍ଦ କପଟ ଜାଣି ନଥିବ,
ଯିଏ ତା ଭଳି ସରଳ ବିଶ୍ୱାସୀ ହୋଇଥିବ,
ଯିଏ ମଣିଷକୁ ମଣିଷ ବୋଲି ଭାବୁଥିବ,
ଆଉ କାହାରିକୁ ଠକିବା ଶିଖି ନଥିବ,
ସେଭଳି ମଣିଷ ପୁଣ୍ୟ କରିଥିଲେ ମିଳେ,
ହେ ଏ ଦୁନିଆଁର ଆଦବ କାଇଦା
ସମ୍ପୂର୍ଣ୍ଣ ଭିନ୍ନ,
ଅନ୍ୟକୁ ଠକୁଥିବା ମଣିଷମାନେ
ସେ ସରଳ ମଣିଷର ଭାବକୁ
ଅପହରଣ କରିନିଅନ୍ତି
ଛଳନାର ମୁଖା ପିନ୍ଧି,
ବିଚାର ସରଳ ମଣିଷଟା
ହଠାତ ଜାଣିପାରେନା ଯେ
ତା ଭାବ ସହ ଭାବ ଯୋଡ଼ୁଥିବା
ମଣିଷଟା ତା ସହ ଛଳନା କରୁଛି ବୋଲି,
ଆଉ ସରଳ ମଣିଷଟା ସେତେବେଳେ
ବୁଝିପାରେ ଯେତେବେଳେ ତା ସାଥିରେ ଥିବା
ମଣିଷର ଛଳନା ମୁଖା ଦିନେ ଖସିପଡ଼େ
ଆଉ ତା’ପରେ ସେ ଜାଣିପାରେ ଯେ
କିଏ ସତ କିଏ ମିଛ !
ଆଉ ସେ ଅନୁଭବ କରେ ଯେ
ସେ ଠକି ଯାଇଛି ,
ସେ ପ୍ରତାରିତ ହୋଇସାରିଛି,
ନୀରବରେ ସେ ଖାଲି
ନିଜ ଯନ୍ତ୍ରଣାର ଲୁହ ପିଇ ଚାଲିଥାଏ |
ପ୍ରତାରିତ ମଣିଷ
