ନିର୍ବାକ

ସେଦିନ ସ୍ୱାମୀ ସହ କାଶ୍ମୀରରେ
ଖୁସିରେ ବୁଲୁଥିବାବେଳେ
ଆତଙ୍କବାଦୀର ଗୁଳିରେ
ହଠାତ ଟଳିପଡୁଥିବା ସ୍ୱାମୀର
ଦେହକୁ ଦେଖି
ନବବଧୂଟି ଆକସ୍ମିକ
ବୈଧବ୍ୟ ଯନ୍ତ୍ରଣାରେ
ନିର୍ବାକ ହୋଇଯାଇଥିଲା …..

ସେଦିନ କାଶ୍ମୀରରେ
ଯେତେବେଳେ ମା
କାଖରେ ନିଷ୍ପାପ କୁନି ପୁଅଟି
ଆତଙ୍କବାଦୀର ଗୁଳିରେ ଟଳିପଡୁଥିବା
ନିଜ ବାପାର ନିସ୍ପନ୍ଦ ଦେହକୁ
ଦେଖି କିଛି ବୁଝି ନପାରି
ସେ ବି ନିର୍ବାକ ହୋଇଯାଇଥିଲା …..

ସେଦିନ କାଶ୍ମୀରରେ ବୁଲୁଥିବାବେଳେ
ଜୀବନର ଅପରାହ୍ନକୁ ଛୁଉଁ ଥିବା ପତ୍ନୀ
ଆତଙ୍କବାଦୀର ଗୁଳିରେ
ଆଖି ସାମ୍ନାରେ ନିଜ ଜୀବନସାଥୀର
ଭୁଇଁରେ ଲୋଟି ଯାଇଥିବା ଦେହକୁ ଦେଖି
ଅବ୍ୟକ୍ତ କୋହରେ ନିର୍ବାକ ହୋଇଯାଇଥିଲା …..

ତେବେ ସେଦିନ କାଶ୍ମୀରରେ
ଆତଙ୍କବାଦୀଙ୍କ ଏ ବର୍ବରତାକୁ ଦେଖି
ସୃଷ୍ଟିକୁ ପରିପାଳନ କରୁଥିବା
ଈଶ୍ବର ତ ଏ କରୁଣ ଦୃଶ୍ୟ ଦେଖିଥିବେ,
ତେବେ କଣ ସତରେ ଏ ଦୃଶ୍ୟ ଦେଖି
ଈଶ୍ବର ନିର୍ବାକ ହୋଇଯାଇଥିଲେ …..

Leave a Reply

Your email address will not be published. Required fields are marked *