ସେଦିନ ମୋ ମନ ଝରକାରେ
ଉଙ୍କି ମାରି ଦେଖେ ତ
ସେପଟେ ଆଗନ୍ତୁକ ଜଣେ
ମୋତେ ଅନାଇ ରହିଛି
ନିର୍ମିମେଷ ନୟନରେ,
କାହିଁକି କେଜାଣି !
ମୋତେ ଯେମିତି ସେ
ଅନେକ କିଛି
କହିବାକୁ ଚାହୁଁଛି,
ମୁଁ ସଂଗେ ସଂଗେ
ମୋ ହୃଦୟ ଖୋଲି
ଆଗନ୍ତୁକଟିକୁ
ଆମନ୍ତ୍ରଣ କଲି,
ସେ ଆଗନ୍ତୁକ ବି ମୋ
ଆମନ୍ତ୍ରଣ ସ୍ୱୀକାର କରି
ମୋତେ ଅଭିବାଦନ କଲା,
ମୋ ଭିତରେ ବି କେମିତି
ପୁଲକ ଖେଳିଗଲା,
ମୋତେ ଯେମିତି ଲାଗିଲା
ସେ ମୋର ଅତି
ପରିଚିତି ବନ୍ଧୁଟିଏ …..
ସାଥେ ସାଥେ
ଆମେ ଦୁହେଁ ବନ୍ଧୁତ୍ୱର
ଭାବରେ ବାନ୍ଧି ହୋଇଗଲୁ,
ଅନେକ ପ୍ରତିଶୃତିକୁ
ନେଇ ସ୍ବପ୍ନ ବୁଣିଲି ମୁଁ
ମୋ ଆବେଗର ଅଗଣାରେ,
ମୋତେ ଯେମିତି
ଅନୁଭୂତ ହେଲା ସେ ମୋର
ଅନେକ ଜନ୍ମର ସାଥିଟିଏ ବୋଲି,
ଦୁହେଁ ଜୀବନର ଅଙ୍କାବଙ୍କା
ରାସ୍ତାରେ ସାଥି ହୋଇ ଚାଲିବାର
ଶପଥ ନେଲୁ,
ଆଉ ପ୍ରୟାସ କଲୁ
ଏ ବନ୍ଧନ ଯେମିତି ଅତୁଟ ରହୁ ….
କେବେ ଅବୁଝାମଣାରେ
ତୁଟି ନଯାଉ…
ସମୟର ମଧ୍ୟାନ୍ତରରେ
ଏବେ ମୁଁ ଏକା,
ସେ ବନ୍ଧୁଟିକୁ ଅପେକ୍ଷ୍ୟା
କରିଛି କେବେ ମୋ ସହ
ପୁଣି ସାଥି ହୋଇ ଚାଲିବ
ଜୀବନର ରାସ୍ତାରେ…..
ଜାଣେନା,
ସେ ତା ଦେଇଥିବା କଥା
ମୋ ପାଇଁ ରଖିବ କି ନା !
ଜାଣେନା,
ସେ ମୋ ସହ କରିଥିବା ଶପଥକୁ
ପାଳିବା କି ନା !
ତଥାପି ମୁଁ,
ତା ପାଇଁ ଅପେକ୍ଷ୍ୟା କରୁଛି
ଆଉ ଆଶା କରୁଛି ,
ମୋ ବନ୍ଧୁ ମୋ ପାଖକୁ
ଦିନେ ନିଶ୍ଚେ ଫେରି ଆସିବ,
ମୁଁ ମଲା ପରେବି
ସେ ନିଶ୍ଚେ ଫେରି ଆସିବ,
ମୋ ସମାଧୀରେ
ଆଞ୍ଜୁଳାଏ ଲୁହ ଅଜାଡ଼ିବା ପାଇଁ……
ମୋ ସମାଧୀରେ ଆଞ୍ଜୁଳାଏ ଲୁହ ଅଜାଡ଼ିବା ପାଇଁ….
