ମୋ ହାତ ପାପୁଲିରେ
ଝରି ପଡିଥିବା ଲୁହକୁ ଦେଖି
ମୁ ପଚାରିଥିଲି ମୋ ଆଖିକୁ,
କହିଲୁ ଦେଖି ଏ ଲୁହ କାହିଁକି
ତୋ ପାଖରୁ ଝରିଲା !
ଆଖି ଉତ୍ତର ଦେଇଥିଲା,
ମୁଁ ତାହା ଜାଣେନା,
ତୁମେ ହୃଦୟକୁ ସେକଥା ପଚାର,
ସେ ହୁଏତ ତା’ର
ଉତ୍ତର ଦେଇପାରିବ!
ମୁ ହୃଦୟକୁ ପଚାରିଲି,
କହିଲୁ ଦେଖି!
ଆଖିରୁ ଲୁହ କାହିଁ ଝରିଲା,
ହୃଦୟ କହିଲା,
ମୋତେ ଯେତେବେଳେ
ଆଘାତ ଲାଗେ
କି ମୋତେବେଳେ କଷ୍ଟ ହୁଏ,
ସେ ଯନ୍ତ୍ରଣା ଲୁହ ହୋଇ
ଆଖିରୁ ଟପ ଟପ ଝରିପଡ଼େ ,
ମୋ ଯନ୍ତ୍ରଣାକୁ ଆଖି ବୁଝିପାରେ
ବୋଲି ସେ ଲୁହ ହୋଇ ଝରିପଡ଼େ….
ଲୁହ ଦେଖିବାକୁ ପାଣି ବୁନ୍ଦା ପରି,
ହେଲେ କେତେ ଆପଣାର ସେ!
ହୃଦୟର ଯନ୍ତ୍ରଣା ଯାହାକୁ ଆଖିରେ
ଦେଖି ହୁଏ ନାହିଁ,
ଲୁହ ତାକୁ ପରିପ୍ରକାଶ କରେ
ଅତି ନିବିଡ ଭାବରେ …….
ଲୁହର ମୂଲ୍ୟ କେତେଜଣ
ବୁଝି ପାରନ୍ତି ଯେ !
କାହା ପାଇଁ
ତାହା ପାଣି ବୁନ୍ଦା ପରି
ଆଉ ଜଣେ ଦରଦୀ
ମଣିଷ ପାଇଁ
ତା ମୂଲ୍ୟ ଅମୁଲ୍ୟ ,
ଲୁହ ସିନା କଥା କହେନାହିଁ ,
ହେଲେ ସେ ଅନୁଭବ
କରାଇ ଦିଏ,
ଆଘାତର କଷ୍ଟ କଣ!
ସେ ଜଣାଇ ଦିଏ,
ଯନ୍ତ୍ରଣାର କୋହ କଣ !
ସବୁକଥା ବୁଝାଇବା ପାଇଁ
ଭାଷା ଦରକାର ନାଇଁ,
ଖାଲି ଲୁହ ପରି ଅନୁଭବ
କରାଇ ପାରିଲେ,
ସେତିକି ଯଥେଷ୍ଟ ଯେ
କଷ୍ଟ ଆଉ ଯନ୍ତ୍ରଣାର
ଦୁଃଖ ନକହିବି
ପ୍ରକାଶିତ ହୋଇପାରୁଛି
ହୃଦୟଠୁ ଆଖି ଯାଏଁ
ଲୁହର ମାଧ୍ୟମରେ …….
