ମଣିଷ ସୁଖ ହେଉ କି ଦୁଃଖ ହେଉ
ଅତି ଖୁସି ହେଉ କି ଅତି କଷ୍ଟ ହେଉ,
ତା ଆଖିରୁ ଲୁହ ଝରେ,
କେତେବେଳେ ତାହା
ଶ୍ରାବଣର ବାରିଧାରା ପରି ତ,
କେତେବେଳେ ତାହା
ଶୀତ ସକାଳର କାକର ବିନ୍ଦୁ ପରି |
ଲୁହର ଭାଷା ଅଛି,
ହେଲେ ସେ ମୁକ ମଣିଷଟିଏ ପରି
ଯେ କହିବାକୁ ଅନେକ କଥା ଚାହେଁ,
ହେଲେ କିଛି କହିପାରେନା |
ଲୁହର ଧାରା ବୁଝିପାରିବାଟା
ପ୍ରକୃତ ମଣିଷପଣିଆ,
ସେଇ ଲୁହ ଦୁଃଖ ବଖାଣେ
ସୁଖ ବି ବଖାଣେ,
ସେ ମଣିଷ ହୃଦୟ ଦେହରେ
ଝରୁଥିବା ଲହୁକୁ ଦେଖାଏ,
ପୁଣି ମଣିଷ ମନରେ ସୃଷ୍ଟି ହେଉଥିବା
ଆନନ୍ଦର ମଳୟ ପବନକୁ ବି
ବିଞ୍ଚି ଦେବାକୁ ଚାହେଁ |
କିନ୍ତୁ ସେ ଲହୁ ଲୁହ ଆକାରରେ
ଝରୁଥାଏ,
ସେ ଆନନ୍ଦର ପବନ
ଅଦିନିଆ ବର୍ଷା ପରି ଝରୁଥାଏ,
ସାଧାରଣ ମଣିଷ ଆଖିରେ
ତାହା ଲୁହ ହୋଇ ଦେଖାଦିଏ ,
ଆଉ ଯେଉଁ ମଣିଷଟି ଦରଦୀ
ହୃଦୟ ନେଇ ମଣିଷ ମନର
ଭାଷା ପଢିବାରେ ପାରଙ୍ଗମ,
ଆଉ ଯେଉଁ ମଣିଷଟି
ହୃଦୟର କ୍ଷତକୁ ଅନୁଭବ
କରିବାରେ ସମର୍ଥ,
ସେଠି ଲୁହ କଥା କୁହେ,
ଆଉ ସେଇ ଦରଦୀ ମଣିଷ
ଲୁହର ଭାଷାକୁ ଭଲଭାବେ
ବୁଝିପାରେ,
ଲୁହ ତା ପାଖେ
ସବୁ କଥା ବଖାଣି ଦିଏ |
ଲୁହ ବି କଥା କହିପାରେ……
