ଜୀବନର ସାରକଥା…….

ଜୀବନ ଛକି ଶୁନ ଖେଳ ପରି
କେତେବେଳେ ଜିତୁ ଜିତୁ ହାରିଯିବ
ଆଉ କେତେବେଳେ ହାରୁ ହାରୁ ଜିତି ଯିବ,
ଯାହାର କୌଣସି ସଠିକ ଉତ୍ତର ନାହିଁ କି
ଯାହାର ନିର୍ଦିଷ୍ଟ ଫଳାଫଳ ନାହିଁ…….

ମଣିଷ ଭାବିବସେ ଗୋଟେ କଥା
ହେଲେ ସବୁବେଳେ ସେ ଭାବୁଥିବା
କଥା ସେମିତି ଘଟେନି ଯେମିତି ସେ ଭାବିଥାଏ…..

ମଣିଷ ଯାହା ଖୋଜୁଥାଏ,
ଯେତେବେଳେ ତାହା ପାଏ
ସେ ଯେମିତି ଖୋଜୁଥାଏ ସେମିତି ପାଏନା…..

ମଣିଷ ବନ୍ଧୁବୋଲି ଯାହାକୁ
ଖୋଜୁ ଥାଏ , ଯେତେବେଳେ ସେ ବନ୍ଧୁ ପାଏ
ସେ ଯେମିତି ଖୋଜୁଥାଏ , ସେମିତି ମିଳେନା ତାକୁ …..

ତଥାପି ମଣିଷ ଜୀବନଠୁ
ଆଶା କରେ
ଅଭିମାନ କରେ…….

ଆଉ ତା ଭିତରେ ସେ
ଜିତୁ ଜିତୁ ହାରୁଥାଏ
ଆଉ ହାରୁ ହାରୁ ଜିତୁ ଥାଏ,
ଏ ହିଁ ଜୀବନର ସାରକଥା…….

 

 

Leave a Reply

Your email address will not be published. Required fields are marked *