କିଏ କହେ ଜୀବନ
ସାତ ରଙ୍ଗ ନୁହେଁ
ଶତ ରଙ୍ଗର ସମାହାର…..
ଆଉ କିଏ କହେ
ଜୀବନଟା ରଙ୍ଗହୀନ
ଧୂସର ଆଉ ଧୂସର …
ଏ ଜୀବନରେ
ହସଥିଲେ, ଖୁସି ଥିଲେ
ସବୁ ଲାଗେ ରଙ୍ଗମୟ ….
ଆଉ ଜୀବନରେ
ଦୁଃଖର, ଯନ୍ତ୍ରଣାର ବାଦଲ ଘେରିଥିଲେ,
ସବୁ ଲାଗେ ବିବର୍ଣ୍ଣା …..
ଏ ଜୀବନ ବି ବୈଚିତ୍ରମୟ,
କିଏ ନ୍ୟାୟ ଧର୍ମରେ ଚଳୁଥିଲେ ବି
ତା ପଥ ଖାଲି କଣ୍ଟକିଟମୟ,
ଆଉ କିଏ
ଅନ୍ୟାୟର ସାମ୍ରାଜ୍ୟ ମେଲାଇ ଥିଲେ ବି
ତା ପଥ ହେଉଥାଏ ପୁଷ୍ପମୟ ……
ତେବେ ସରଳ ମଣିଷ ମନଟା
ବୁଝିପାରେନା ସମୟର ଏ ପ୍ରହେଳିକାକୁ
ଯେଉଁଥିପାଇଁ ତା ମନ ହୋଇଯାଏ ଉଦାସମୟ…..
ତେଣୁ ଋତୁଚକ୍ରର ହୋଲି
ଆଉ ଜୀବନଚକ୍ରର ହୋଲି,
କେତେବେଳେ
କାହାପାଇଁ ରଙ୍ଗମୟ,
ଆଉ କାହାପାଇଁ ରଙ୍ଗହୀନ
ତାହା ନିର୍ଣ୍ଣୟ କରିବା
ସମୟ ପାଖରେ ସମ୍ଭବ
ମଣିଷ ପାଖରେ ଅସମ୍ଭବ …..
ଜୀବନର ହୋଲି ରଙ୍ଗମୟ/ବିବର୍ଣ୍ଣା
