ବିଶ୍ୱାସର ଘର

ବିଶ୍ୱାସର ଘର
ତିଆରି କରିବାକୁ
ଅନେକ ସମୟ ଲାଗେ,
ହେଲେ, ଅବିଶ୍ୱାସର ପ୍ରଳୟରେ
ସେ ଘର ଭାଙ୍ଗି
ଚୁରମାର ହେବାକୁ
ଖୁବ କମ ସମୟ ଲାଗେ |
ଯେମିତି ଇଟା ସିମେଣ୍ଟ ବାଲିକୁ ନେଇ
ମଣିଷ ଖୁବ ଯତ୍ନର ସହ
ରହିବା ଘରକୁ ମାସ ମାସ ଧରି
ତିଆରି କରିଥାଏ,
ସେମିତି ଗୋଟେ ସମ୍ପର୍କର ଘର
ତିଆରି କରିବାକୁ ବିଶ୍ୱାସର
ଇଟା ବାଲି ସିମେଣ୍ଟର
ଦରକାର ହୋଇଥାଏ
ଅନେକ ସମୟର ଉପଯୋଗରେ|
ବିଶ୍ୱାସ ଯେତିକି ଗଭିର
ଅବିଶ୍ୱାସ ସେତିକି ଅଗଭିର
ବିଶ୍ୱାସ ସମ୍ପର୍କର
ମୂଳଦୁଆକୁ ଆହୁରି
ଦୃଢ କରୁଥିଲାବେଳେ,
ଅବିଶ୍ୱାସ ସମ୍ପର୍କର
ମୂଳଦୁଆକୁ ଆହୁରି
ଦୋହଲାଇ ଦେଇ ଥାଏ |
ବିଶ୍ୱାସ ସମ୍ପର୍କକୁ
ଯୋଡ଼ୁଥିଲାବେଳେ,
ଅବିଶ୍ୱାସ ସମ୍ପର୍କକୁ
ଭାଙ୍ଗି ଚୁରମାର
କରିଦିଏ |
ଥରେ ସମ୍ପର୍କର ଘରେ
ଅବିଶ୍ୱାସର ଫାଟ
ଦେଖାଦେଲେ,
ସେ ଫାଟକୁ  ଯେତେ
ଯୋଡ଼ିଲେ ବି ତାହା
ଆଉ ଯୋଡି ହୁଏନା,
ସମ୍ପର୍କ ଖୁବ ସ୍ପର୍ଶକାତର,
ଖୁବ ମୂଲ୍ୟବାନ
ଆଉ ଅଭିମାନୀ,
ଯାହା ଥରେ ହଜାଇଦେଲେ
ନା ତାକୁ ଖୋଜି ପାଇହୁଏ,
ନା ଯାହା ଥରେ ହଜିଗଲେ
ତାର ଦେଖା ମିଳେ,
ବିଶ୍ୱାସ ହିଁ ଗୋଟେ
ସମ୍ପର୍କକୁ ଆହୁରି ମଜଭୂତ
କରିଥାଏ …….

Leave a Reply

Your email address will not be published. Required fields are marked *