ବେଳେବେଳେ ଏମିତି ହୁଏ,
ନିଜର କିଛି ଭୂଲ ନଥାଇ ବି
ମଣିଷକୁ ଦୋଷୀ ହେବାକୁ ପଡେ,
ନା ସମାଜ ତାକୁ ଦୋଷମୁକ୍ତ କରେ,
ନା ସମୟ ତା’କୁ ଦୋଷମୁକ୍ତ କରେ,
ବିଚରା ନିରୀହ ମଣିଷଟା
ଆତ୍ମଦାହରେ ପାଗଳ ହୋଇଯାଏ..
ନା ସେ କାହାକୁ କିଛି କହିପାରେ
ନା ସେ କାହାକୁ କିଛି ବୁଝାଇ ପାରେ,
ସମସ୍ତେ ତା’କୁ ଆଙ୍ଗୁଠି ଦେଖାଇ
ଆକ୍ଷେପ କରନ୍ତି,
ଦୋଷ ନକରିବି ସେ
ସମସ୍ତଙ୍କ ଆଗରେ ଜଘନ୍ୟ ଅପରାଧୀ
ପାଲଟି ଯାଏ,
ଯେମିତି ସେ ନରହନ୍ତା ଆସାମୀଟିଏ….
ତେବେ ସେ ନିରୀହ ମଣିଷଟା
ବିନା ଦୋଷରେ
କାହିଁକି ଲାଂଛିତ ହୁଏ?
କାହିଁକି ଅପମାନିତ ହୁଏ ?
ନା ସେ କିଛି ବୁଝି ପାରେ,
ନା ସେ କାହାକୁ ଏ କଷ୍ଟର
ଭାଗିଦାରୀ କରିପାରେ??
ତା ମର୍ମାନ୍ତୀକ ଯନ୍ତ୍ରଣାକୁ
ବୁକୁ ଭିତରେ ଚାପି ଧରି
ସବୁକୁ ଅବ୍ୟକ୍ତ କରିଦିଏ ……
ଅପରାଧୀ
