ଅବ୍ୟକ୍ତ ଯନ୍ତ୍ରଣା

ମନଟା ଯନ୍ତ୍ରଣାରେ ଶିହରି ଉଠେ,
ଯେତେବେଳେ,
ନିଜର ବୋଲି ଖୁବ ଭଲପାଉଥିବା ମଣିଷଟା
ତାକୁ ଅନ୍ୟ ଆଗରେ ଅସମ୍ମାନ କରେ,
ତା ଭଲପାଇବାକୁ
ନିଲାମ କରେ ଦୁନିଆଁ ଆଗରେ ,
ଯେଉଁଠି ତାର କିଛି ଭୁଲ ହିଁ ନଥାଏ |
ସେଇ ଯନ୍ତ୍ରଣା ଭିତରେ ତଥାପି
ସେ ତା ନିଜର ମଣିଷଟିକୁ
ବୁଝାଇବାକୁ ଚେଷ୍ଟା କରେ,
କେଉଁଟା ଠିକ
କେଉଁଟା ଭୂଲ,
ବନ୍ଧୁର ମର୍ଯ୍ୟାଦାକୁ କେବେବି
ଅପମାନ ନକରିବାକୁ
ଅନୁରୋଧ କରେ ତା ନିଜର ମଣିଷଟିକୁ|
ହେଲେ ସେ ଯେତେବେଳେ ଦେଖେ,
ସେ ଖୁବ ଭଲପାଉଥିବା ମଣିଷଟି
ସାମୟିକ ଭାବେ ସବୁକିଛି
ଭୁଲି ଯାଇ ତାକୁ ଆହୁରି ଅପମାନ କରୁଛି,
ସେ ନିଜ ଯନ୍ତ୍ରଣାକୁ
ହଳାହଳ ପରି ପିଇଯାଏ,
ମହାକାଳଙ୍କ ପରି |
ତଥାପି ତା ହୃଦୟରେ,
ତା ନିଜର ସେଇ ମଣିଷଟି ପାଇଁ
ଭଲପାଇବାର ବଳିତାକୁ
ସ୍ନେହରେ ଘିଅରେ
ଅହରହ ଜାଳୁଥାଏ,
ଆଉ ସେଇ ନିଜର ମଣିଷଟି ପାଇଁ
ଶୁଭ ହିଁ ମନାସୁଥାଏ ,
ବେଦନାର ଲହୁରେ
ଯନ୍ତ୍ରଣାସିକ୍ତ ହେଲାପରେ ବି |

Leave a Reply

Your email address will not be published. Required fields are marked *