ସମ୍ପର୍କ ଛିଡେନି କେବେ

ଗୋଟେ ନିବିଡ ସମ୍ପର୍କ
ଯାହାକୁ ସ୍ନେହ ମମତା ଆଉ ଆବେଗର
ଉପାଦାନକୁ ନେଇ ସମୟର ପରିଚୟରେ
ଗଢା ହୋଇଥାଏ ତାହା
ଏମିତି ଭାଙ୍ଗି ଯାଏ ନାହିଁ
ଅବୁଝାମଣାର ତୁମ୍ବିତୋଫାନରେ,
ଆଉ ପରସ୍ପର ସହ କଥା ହେଉଥିବା
ତା ବନ୍ଧୁ ମଣିଷଟି ଯଦି କଥାହେବା
ବନ୍ଦ କରିଦିଏ ,
ତେବେ ଆର ବନ୍ଧୁଟି
ସମ୍ପର୍କକୁ ତା ଆଖିରେ ବାନ୍ଧି ରଖି ଦିଏ,
କଥା ନ ହେଲେ ବି ସେ ତା ବନ୍ଧୁକୁ
ସବୁବେଳେ ତା ମାନସ ମନନରେ
ଅବଲୋକନ କରୁଥାଏ,
ବନ୍ଧୁତ୍ୱର ଦିନସବୁକୁ ଗୋଟି ଗୋଟି କରି
ଭାବର ପରଦା ଉପରେ ପ୍ରତିଫଳନ
କରୁଥାଏ,
ତା ସମ୍ପର୍କକୁ ସେମିତି ସଜାଗ ରଖିଥାଏ,
ଆଉ ସେ ସମ୍ପର୍କର ଛବି ଯଦି
ତା ଆଖିରୁ ଦୂରେଇଯାଏ
ସମୟର ପରଳ ଦେହରେ,
ତଥାପି ବନ୍ଧୁଟି ସେ ସମ୍ପର୍କକୁ
ତାଜା କରି ସେମିତି ବାନ୍ଧି ରଖିଥାଏ
ବିଗତ ଦିନରେ
ବନ୍ଧୁ ସହ ବିତାଇଥିବା
ଗୋଟି ଗୋଟି କରି ମୁହୂର୍ତ୍ତ ଭିତରେ,
ଗୋଟେ ପ୍ରକୃତ ସମ୍ପର୍କକୁ
ସମ୍ପର୍କ ତିଆରି କରିଥିବା ବନ୍ଧୁଟିଏ
କେବେବି ଦୁରେଇ ଦେବାକୁ
ସୁଯୋଗ ଦିଏନି,
ଯେହେତୁ ସେ ଜାଣିଚି
ସମ୍ପର୍କ ଗଢିବା କେତେ
କାଠିକର |

Leave a Reply

Your email address will not be published. Required fields are marked *