ଆଜିର ଦୁନିଆଁରେ,
ସତ କଣ/ମିଛ କଣ,
ଭୂଲ କଣ/ଠିକ କଣ,
ନ୍ୟାୟ କଣ/ଅନ୍ୟାୟ କଣ ,
ବାଟ କଣ/ଅବାଟ କଣ,
ଏ ସବୁକୁ କଳିବା
ଗୋଟେ ସରଳ ମଣିଷ ପାଇଁ
ବଡ କଠିନ ବ୍ୟାପାର ,
କାହିଁକିନା ଏବେ ସମାଜ
ଅନେକ ବଦଳି ଯାଇଛି ,
ବଦଳି ଯାଇଛି ଏବେ
ସମ୍ପର୍କର ରଙ୍ଗସବୁ,
ବଦଳି ଯାଇଛି ଏବେ
ପାପ/ପୁଣ୍ୟର ସଂଜ୍ଞା ସବୁ,
ବଦଳି ଯାଇଛି ଏବେ
ଭୂଲ ଆଉ ଠିକର ଠିକଣାସବୁ…..
ତେଣୁ ଜୀବନର
ପ୍ରତ୍ୟେକଟି ପଦକ୍ଷେପରେ
ନ୍ୟାୟ ଆଉ ଅନ୍ୟାୟର
ସମୀକ୍ଷା କରିବା,
ଭୂଲ ଆଉ ଠିକର
ହିସାବ କରିବା,
ବାଟ ଆଉ ଅବାଟକୁ
ନିରେଖି ପରଖିବା,
ତଥା ସତ ଆଉ ମିଛର
ପର୍ଯ୍ୟାଲୋଚନା କରିବା,
ନିହାତି ଅପରିହାର୍ଯ୍ୟ,
ଆଉ ଯେଉଁ ମଣିଷଟି
ଏ ସବୁକୁ ଆପଣେଇ
ପାରିବାରେ ଅସାମର୍ଥ୍ୟ
ପରିପ୍ରକାଶ କଲେ,
ସେ ମଣିଷଟି
ଖାଲି ଦୁଃଖ ପାଇବା ହିଁ
ସାର ହୋଇଥାଏ…….
ସରଳ ମଣିଷ
