ଅଜଣା ମଣିଷଟିଏ
ଯେତେବେଳେ ଭାବକୁ
ନେଇ ସମ୍ପର୍କ ଗଢିବାର
ମୂଳଦୁଆ ପକାଇବାକୁ
ଚେଷ୍ଟାକରେ,
ସେକଥାକୁ ସହଜରେ
ବିଶ୍ୱାସ କରି ହୁଏନା,
କାହିଁକିନା
ଜୀବନରେ ବାରମ୍ବାର
ଏମିତି ଅଜଣା ସମ୍ପର୍କର
ଘର ସବୁ ଅନେକଥର
ଭୁଶୁଡି ଯାଇଛି
ଆବୁଝାମଣାର ଝଡତୋଫାନରେ,
ଆଉ କେତେବେଳେ
ଛଳନାର ବନ୍ୟାଜଳରେ,
ହେଲେ,
ସବୁବେଳେ ଏମିତି ହୁଏନା,
ଯେମିତିକା ସାଗର ବେଳାରେ
ଶହ ଶହ ଶାମୁକା ଭିତରୁ
ମୁକ୍ତା ନମିଳିଲେ ବି
ହଠାତ ଦିନେ,
ଗୋଟେ ଶାମୁକା ପେଟରୁ
ମୁକ୍ତା ମିଳିଯାଏ ଯେତେବେଳେ ,
ସେତେବେଳେ
ସବୁ ଖୁସି ଏକାକାର
ହୋଇ ଯାଏ,
ଏତେଦିନ ଧରି
ମୁକ୍ତା ନପାଇବାର
କଷ୍ଟ ଆଉ ଯନ୍ତ୍ରଣା
ସବୁ ଭୁଲି ହୋଇଯାଏ,
ସେମିତି,
ଅନେକ ଖୋଜିବାପରେ
ଯେତେବେଳେ
ଦରଦୀ ବନ୍ଧୁଟିଏ
ମିଳିଯାଏ,
ସେତେବେଳେ ସେ
ଅବିନଶ୍ଵର ସତ୍ତା
ପାଖରେ କୃତଜ୍ଞତାରେ
ନତମସ୍ତକ
ହୋଇଯାଏ ମଣିଷଟି ……..
