ଆତ୍ମୀୟତା ,
ଠିକ କୋମଳ ଶିଶୁଟିଏ
ଖୁବ ନିବିଡଭାବେ ନିଜ ମା’କୁ
ଜାବୁଡି ଧରିଲା ପରି,
ଆତ୍ମୀୟତା,
ରାତିର ଗଭୀର ଅନ୍ଧକାରକୁ
ଖୁବ ବହଳଭାବେ ନିଜ ଦେହରେ
ବୋଳିଦେଲା ପରି,
ଆତ୍ମୀୟତା,
କ୍ଷୀର ଦେହରେ
କିଛି ତଫାତ ବାରି ନହେଉଥିବା
ନିରସହ ମିଶିଗଲାପରି,
ଆତ୍ମୀୟତା,
ନିଚ୍ଛକ ହୃଦୟର ସ୍ନେହ
ଭାବ ଆଉ ଆବେଗରେ
ଏକାକାର ହୋଇଗଲାପରି,
ଆତ୍ମୀୟତା,
ଗୋଟେ ସମ୍ପର୍କ ମୁଦ୍ରାର
ଦୁଇ ପାର୍ଶ୍ଵ ଦୁଇଟି ମଣିଷର
ପାରସ୍ପରିକ ଅନୁଭବ ଚି଼ହପରି,
ଆତ୍ମୀୟତା,
ଜଣେ ମଣିଷର
ଆଉ ଜଣେ ମଣିଷ ପାଇଁ
ଭାବର ପ୍ରତିଫଳନତା,
ଆତ୍ମୀୟତା,
ସମାଜରେ ମଣିଷ
ମଣିଷ ଭିତରେ ଭାବର
ଆଦାନ ପ୍ରଦାନତା,
ଆତ୍ମୀୟତା,
ନିଜର କିଛି ଭୁଲ ନଥାଇ ବି
ଦୁଇ ହାତ ଯୋଡ଼ିଦେଲେ
ଛିଣ୍ଡି ଯାଉଥିବା ସମ୍ପର୍କ
ପୁଣି ପାଲଟୁଥିବା ଅଟୁତଟା,
ଆତ୍ମୀୟତା ହିଁ,
ସୃଷ୍ଟି କରେ ଅନ୍ୟପାଇଁ ସମର୍ପିତ
ହେବାର କାକରପରି
ସ୍ୱଚ୍ଛ ମାନସିକତା,
ଯେଉଁଠି
ଆତ୍ମୀୟତା ନାହିଁ,
ସେଠି ଆବେଗର ବନ୍ଧନ ନାହିଁ,
ଯେଉଁଠି
ଆତ୍ମୀୟତା ନାହିଁ,
ସେଠି ମଣିଷପଣିଆ ନାହିଁ,
ଯାହା ପାଖରେ
ଆତ୍ମିୟତା ଅଛି,
ତା ଭିତରେ
ସ୍ନେହ ପ୍ରେମ ତ୍ୟାଗର
ଫଲ୍ଗୁ ସଦା ଝରୁଛି …….