ସଂଘର୍ଷ ନକଲେ
ସଫଳତା ମିଳେ ନାହିଁ….
ସଂଘର୍ଷ ନଥିଲେ
ସଫଳତାର ସ୍ୱାଦ ଅନୁଭବ କରି ହୁଏ ନାହିଁ…
ଆଉ ଜୀବନରେ ଯେ
ସଫଳତା ହାସଲ କାରିଥାଏ ,
ତା ପଛରେ ତା’ର କଷ୍ଟ ସାଧ୍ୟ
ସଂଘର୍ଷ ହିଁ ଥାଏ |
ଏଇ ଯେମିତି,
ନଦୀଟିଏ ସାଗରରେ ମିଶିବା ପାଇଁ
କେତେ ଯେ ସଂଘର୍ଷ ନକରିଥାଏ !
ପାର୍ବତ୍ୟ ଶଯ୍ୟାରୁ ସମତଳ ଶଯ୍ୟା ଯାଏ,
ସେ କେତେ ଯେ ବାଧା ବିଘ୍ନ ସାମ୍ନା
ନକରିଥାଏ!
ସେଇଠି ପାଇଁ ତ,
ସବୁ ନଦୀ ସାଗରସହ
ମିଶି ପାରନ୍ତି ନାଇଁ …..
କାହିଁକି ନା ସବୁ ନଦୀ
ସାଗରରେ ମିଶିବା ପାଇଁ ସେତିକି
ସଂଘର୍ଷ କରି ପାରନ୍ତି ନାଇଁ……
ସେମିତି ସବୁ ମଣିଷ,
ନିଜ ଜୀବନରେ
ସଫଳ ହୋଇ ପାରନ୍ତି ନାଇଁ,
କାହିଁକି ନା,
ସଫଳତାର ଶିଖର
ବିନା ସଂଘର୍ଷରେ
ଛୁଇଁ ହୁଏ ନାଇଁ,
ସଂଘର୍ଷର ରୂପ ରଙ୍ଗ
ଭିନ୍ନ ଭିନ୍ନ ହୋଇପାରେ,
ସଂଘର୍ଷର ମାପ ପରିମାପ
ଭିନ୍ନ ଭିନ୍ନ ହୋଇପାରେ,
ସଂଘର୍ଷର ଆକାର ପ୍ରକାର
ଭିନ୍ନ ଭିନ୍ନ ହୋଇପାରେ,
କିନ୍ତୁ!
ବିନା ସଂଘର୍ଷରେ
ସଫଳତାର ମୁକୁଟ
ପିନ୍ଧିବା କାହାର ବି
ସୌଭାଗ୍ୟ ବି
ହୋଇପାରେନା…..