ନିଜ ଉପରେ କଷ୍ଟ ହେଲେ ହିଁ ଯାଇ
ଗୋଟେ ମଣିଷ ବୁଝିପାରେ
କଷ୍ଟ କଣ,
ନହେଲେ ଯଦି ମଣିଷଟିଏ
ନିଜେ ଅନୁଭବ କରିପାରେ
ଅନ୍ୟ ମଣିଷଟି ପାଉଥିବା
କଷ୍ଟର ମାତ୍ର କେତେ,
ତେବେ ସିଏ ହୃଦୟଙ୍ଗମ କରିପାରେ
ଦୁଃଖ କଣ/କଷ୍ଟ କଣ!
ଗୋଟେ ହାତ କଟି ଯାଇଥିବା ମଣିଷଟି
ତା ହାତ ହରାଇଥିବାର କଷ୍ଟକୁ ଯେମିତି
ବୁଝିପାରେ,
ଜଣେ ଦୁଇ ହାତ ଥାଇ ସେ କଷ୍ଟକୁ
ସତରେ କଣ ବୁଝିପାରେ?
ମଣିଷମାନେ ଲୌକିକତା ଦୃଷ୍ଟିକୋଣରୁ
ସେ ମଣିଷଟିର କଷ୍ଟକୁ
କେବଳ ଉପର ଦେଖାଣିଆଭାବେ
ବଖାଣନ୍ତି,
କିନ୍ତୁ ଜଣେ ସଚା ମଣିଷ
ନିଜ ହୃଦୟ ଭିତରେ ଅନୁଭବ
କରିପାରେ,
ସତେ ଯେମିତି ତାର ବି ଗୋଟେ ହାତ
କଟି ଯାଇଛି,
ସେ ହାତ କଟି ଯାଇଥିବା ମଣିଷଟି ପରି
ସେ ବି ଯନ୍ତ୍ରଣାରେ ଶିହରି ଉଠେ,
ଅବ୍ୟକ୍ତ କୋହରେ
ତା ହୃଦୟ ଖୀନଭୀନ ହୋଇଯାଏ……
ତେଣୁ କହିବା ଆଉ ବାସ୍ତବତାକୁ
ଅନୁଭବ କରିବା କେବଳ ସେଇ
ମଣିଷମାନେ କରିପାରନ୍ତି,
ଯେଉଁମାନେ ମଣିଷପଣିଆକୁ
ନିଜର ସ୍ୱାଭିମାନ କରିଥାନ୍ତି….
ଯେଉଁମାନେ ଅନ୍ୟ ମଣିଷର
ଯନ୍ତ୍ରଣାକୁ ନିଜ ଦେହର
ଯନ୍ତ୍ରଣା ବୋଲି ସତରେ
ଅନୁଭବ କରନ୍ତି,
ହେଲେ ଏ ଦୁନିଆରେ
କେତେ ଜଣ ଲୋକ
ଏ ମହାନ ଭାବକୁ
ଆପଣାର କର୍ତ୍ତବ୍ୟ
ବୋଲି ସ୍ଵୀକାର କରନ୍ତି?????