ଆଞ୍ଜୁଳାଏ ପାଣି

ପଥିକ ଟି ଶୋଷରେ ଆତୁର ହୋଇ
ଖୋଜି ଚାଲିଥିଲା,
କେଉଁଠି ପିଇବାକୁ ପାଣି ଆଞ୍ଜୁଳାଏ
ମିଳିଯିବ,
ଏପଟ ସେପଟ ହୋଇ
ସବୁଆଡେ ଧାଇଁ ଯାଉଥିଲା,
କାଳେ କେଉଁଠି ମିଳିଯିବ
ଟୋପାଏ ପିଇବା ପାଣି,
ହେଲେ ଯେତେ ଖୋଜିଲେ ବି
ଦୂର ଦୁରନ୍ତ ଯାଏ
ପାଣିର ଉତ୍ସ ହିଁ
ଦେଖିବାକୁ ମିଳୁ ନଥିଲା…

ଏପଟେ ଶୋଷରେ
ଆଉଟୁ ପାଉଟୁ
ମଣିଷଟା ଭାବୁଛି
ଏଇ ଜୀବନଟା ବୋଧେ ଚାଲିଯିବ
ପାଣି ଟୋପେ
ପିଇବାକୁ ନ ପାଇ…

ହଠାତ!
ପଥିକଟିର ଆଖିରେ ପଡିଗଲା
ଅମାପ ଜଳରାଶିର ସମ୍ଭାର,
ଜୀବନ ବିକଳରେ ଆଞ୍ଜୁଳାଏ
ପାଣିକୁ ପିଇଗଲା,
ହେଲେ ଭକ ଭକ କରି
ବାନ୍ତି କରି ପକାଇଲା ମଣିଷଟା
ସଂଗେ ସଂଗେ,
କାହିଁକି ନା ସେ ପାଣି
ଲୁଣିଆ ଥିଲା,
ଆଉ ତାହା ସାଗରର ପାଣି ହିଁ ଥିଲା ….

ଚୂଆ କି କୂଅ ଛୋଟ ହେଲେ ବି
ସେ ପାଣି ହିଁ ତୃଷା ମେଣ୍ଟାଇ ପାରିବ
ହେଲେ ସାଗର ଯେତେ ବିଶାଳ
ହେଲେ ବି
ତାର ଟୋପାଏ ପାଣି
କଣ ଶୋଷ ମେଣ୍ଟାଇ ପାରିବ!!

ସେମିତି ଏ ଜୀବନ ମରୁଭୂମିରେ
ଚାରିଆଡେ ଶୂନ୍ୟତା ହିଁ ଶୂନ୍ୟତା
ସେଠି ସ୍ନେହ ଆଉ ବନ୍ଧୁତ୍ୱର ପାଣି ମିଳିବା
ଏତେ ସହଜ ନୁହେଁ …….
ଟୋପାଏ ସ୍ନେହ ପାଇଁ
ଯେତେ ଆତୁର ହେଲେ ବି
ବନ୍ଧୁଟିଏ ପାଇବା
ସେତେ ସହଜ ନୁହେଁ……

 

Leave a Reply

Your email address will not be published. Required fields are marked *