ଆଜିକାଲି,
ଆଉ ଦେଖିବାକୁ ମିଳୁନି
ବରଗଛ ଗହଳିରେ କିଚିରି ମିଚିରି କରୁଥିବା
ପକ୍ଷୀମାନଙ୍କର ସମାଗମସବୁକୁ ……
ଆଜିକାଲି,
ଆଉ ଦେଖିବାକୁ ମିଳୁନି
ତାଳଗଛ ବରଡାରେ ଝୁଲୁଥିବା
ମଣିଷ ହାତତିଆରି ପରି ବାଇଚଢେଇ ବସାସବୁକୁ….
ଆଜିକାଲି,
ଆଉ ଦେଖିବାକୁ ମିଳୁନି
ଆକାଶରେ ପର ଝାଡ଼ି ଉଡିଯାଉଥିବା
ମାଳ ମାଳ ଗେଣ୍ଡାଳିଆମାନଙ୍କୁ…
ଆଜିକାଲି,
ଆଉ ଦେଖିବାକୁ ମିଳୁନି
ବର୍ଷାଦିନେ ସବୁଜ ଘାସ ଗାଲିଚା ଉପରେ
ଡଗ ଡଗ ହୋଇ ଚାଲୁଥିବା ସାଧବବୋହୁମାନଙ୍କୁ……
ଆଜିକାଲି,
ଆଉ ଦେଖା ଯାଉନାହାନ୍ତି
ଗାଁ ମୁଣ୍ଡ ମଶାଣି ପଡିଆ ଦେହରେ
ବସିଥିବା ମାଳ ମାଳ ଶାଗୁଣାପକ୍ଷୀମାନଙ୍କୁ…..
ଆଜିକାଲି,
ଆଉ ଦେଖିବାକୁ ମିଳୁନି
ସନ୍ଧ୍ୟାହେଲେ ଗାଁ ଦାଣ୍ଡରେ
ଧୂଳି ଉଡାଇ ଫେରୁଥିବା ଗାଈଗୋଠମାନଙ୍କୁ…..
ଆଜିକାଲି,
ଆଉ ଦେଖିବାକୁ ମିଳୁନି
ମଣିଷ ମଣିଷ ଭିତରେ
ସ୍ନେହ ସୋହାର୍ଦ୍ୟର ଭାଇଚାରା….
ପରିବର୍ତ୍ତିତ ସମୟଧାରାରେ
ସବୁକିଛି ବଦଳି ଯାଇଛି,
ବିଶ୍ୱାସ କରି ହେଉନଥିବା
ଅବର୍ତ୍ତମାନରେ…..