କାଲି ମୁଁ ଯେତେବେଳେ
ହଟାତ ଗୋଟେ ମଣିଷକୁ ମୋ ପାଖରେ
ଦେଖିଲି,
କାହିଁକି କେଜାଣି
ମୋତେ ମନେ ହେଲା,
ସତେ ଯେମିତି ଏ ମଣିଷଟି ମୋର
ଖୁବ ଆପଣାର,
ତା ସହ ଯେମିତି ମୋର
ବହୁ ଆଗରୁ ପରିଚିତି ଅଛି….
ସେ ମଣିଷଟି ଯଦିଓ
ଉଦାସ ଉଦାସ ଲାଗୁଥିଲା,
ହେଲେ ତା ମୁହଁ ଭୋଳାନାଥଙ୍କ ପରି
ଶାନ୍ତ ମନେହେଉଥିଲା….
ମୋ ତରଫରୁ ମୁଁ ହିଁ
ସେ ଅଗନ୍ତୁକଟିକୁ ବନ୍ଧୁତାର
ଅଭିବାଦନ ଜଣାଇଲି,
ତା ପରିଚୟର ଖବର
ପଚାରିଲି,
ଆଉ ସେ ଆଗନ୍ତୁକ
ମୋ ବନ୍ଧୁତ୍ୱକୁ ଆଦରରେ
ସମ୍ମାନ ଜଣାଇଲା…..
ମୋର ମନେହେଲା,
ଆଗନ୍ତୁକ ସତରେ ଗୋଟେ
ଭଲ ମଣିଷଟିଏ,
ତା ଭିତରେ ଭଲପାଇବାର
ହୃଦୟଟିଏ ଅଛି,
ମୁଁ ସେ ଆଗନ୍ତୁକକୁ
ମୋ ବନ୍ଧୁ ବୋଲି ସ୍ୱୀକାର କରିନେଲି….
ସେ ବି ମୋତେ ବନ୍ଧୁ ହେବାର
ପ୍ରତିଶୃତି ଦେଲା,
ସମୟର ସାମୟିକତାରେ
ସେ ତା ଗନ୍ତବ୍ୟ ପଥରେ ଚାଲିଗଲା
ଆଉ ମୁଁ ମୋ ଗନ୍ତବ୍ୟ ପଥରେ…
ଆଉ ମୋ ମନ ଭିତରେ
ଛାପ ଛାଡିଦେଲା ଗୋଟେ
ନୂଆ ବନ୍ଧୁତ୍ୱର ପରିପାଟୀ ନେଇ…
ଆଉ ଏବେ ମୋ ମନରେ
ଅନେକ ପ୍ରଶ୍ନବାଚୀ ଉଙ୍କି ମାରୁଛି ??
ଆଗନ୍ତୁକ ସତରେ
ମୋ ବନ୍ଧୁ ହୋଇ ରହିବ ନା
ତଥାକଥିତ ବନ୍ଧୁତ୍ୱର
ମିଛ ପ୍ରତିଶୃତି ଦେଇ,
ମୋତେ ଠକି ଦେଇ
ଚାଲିଯାଇଥିବା ମଣିଷଙ୍କପରି
ଏ ବି ସେ ପଥରେ ପାଦ ଦେବ!!!
ତଥାପି ମୋ ମନରେ
ବିଶ୍ୱାସ ଅଛି ଏ ଆଗନ୍ତୁକ ବନ୍ଧୁ
ମୋତେ କେବେ ପର କରିବନି…
