ବେଳେବେଳେ ଗୋଟେ ମଣିଷ
ଏମିତି କିଛି କଷ୍ଟ ପାଏ
କେଉଁ ପର ନୁହେଁ!
ଖୁବ୍ ନିଜର ବୋଲି ଭାବୁଥିବା
ମଣିଷ ପାଖରୁ……
ସେ କଷ୍ଟକୁ ସେ
ନିଜ ହୃଦୟ ଭିତରେ
ସବୁବେଳେ ଅନୁଭବ କରୁଥାଏ,
ସେ ଯନ୍ତ୍ରଣା ତାକୁ ନା
ମରିବାକୁ ଦିଏ
ନା ଭଲରେ
ବଂଚିବାକୁ ଦିଏ,
ପ୍ରତି ମୁହୂର୍ତ୍ତରେ ତା
ଆଖିର ଲୁହ
ତା ହୃଦୟ ଭିତରେ
ଲହୁ ହୋଇ ଝରି ଚାଲିଥାଏ….
କାହାରିକୁ ସେ ନିଜ ମନର
କଷ୍ଟ ନା କହିପାରେ
ନା କାହାରିକୁ ତା
ହୃଦୟର କ୍ଷତକୁ
ଦେଖାଇପାରେ!
ସେ ଖାଲି ନିଜ କଷ୍ଟକୁ
ନିଜ ବୁକୁରେ ଚାପି ଧରି
ବଂଚିବାର ମିଛ
ଅଭିନୟ କରୁଥାଏ |
ସେ କେବେବି ବିଶ୍ୱାସ
କରିପାରେନା ଯେ
ଯେଉଁ ମଣିଷକୁ ସେ ଦିନେ ଏତେ
ସ୍ନେହ ଦେଉଥିଲା,
ଭଲ ପାଉଥିଲା,
ହଟାତ ଦିନେ ସେଇ
ମଣିଷ ତା ବିଶ୍ୱାସକୁ
ନିର୍ମମ ଭାବେ ହତ୍ୟା
କରିବ ବୋଲି
ସେ କେବେ ସ୍ୱପ୍ନରେ
ଭାବି ହିଁ ନଥିଲା……
ସେ ଆଜି ବୁଝି ପାରୁନଥିଲା
ସେ ଆଜି ବିନା
କାରଣରେ ପ୍ରତାରିତ
ହୋଇଗଲା କିପରି
ସେଇ ମଣିଷଠାରୁ
ଯାହାକୁ ସେ ଏତେ
ନିଜର କରିଥିଲା,
ସେ ଆଜି ଭୀଷଣ ଏକା…
ସେ ଆଜି ଜାଣୁଛି,
ମଣିଷମାନେ ଏ ଦୁନିଆରେ
ସ୍ୱାର୍ଥପର ଆଉ
ଭୀଷଣ ଅମଣିଷବୋଲି ,
ବଞ୍ଚିଥିବା ଯାଏଁ ସେ
ଖାଲି ପିଉଥିବ
ତା ଆଖି ଆଉ
ହୃଦୟରୁ ଝରୁଥିବା
ଯନ୍ତ୍ରଣାର ଲହୁକୁ
ଏକା ଏକା …….
