ମନର ନିଆଁ

ଏମିତି ଯେବେ ନିଆଁ ଲାଗିଯାଏ ,
ସେ ନିଜେ ତ ଜଳେ,
ତା ସହ ଅନ୍ୟକୁ ବି ଜଳାଏ,
ହେଲେ, ବେଳେ ବେଳେ
ମଣିଷ ମନରେ ନିଆଁ ଲାଗିଗଲେ
ସେ ନିଜେ ହିଁ ଖାଲି
ଜଳୁଥାଏ ହୁତୁ ହୁତୁ ହୋଇ,
ସେ ନା କାହାକୁ କହିପାରେ
ନା କାହାକୁ ଦେଖାଇପାରେ!

ମନରୁ ନିଆଁ ମାଡି ଯାଇ
ଯେତେବେଳେ ହୃଦୟକୁ
ଛୁଇଁବାକୁ ଲାଗେ,
ସେ ନିଆଁର ଧାସରେ
ବିଚାର ମଣିଷଟି ହନ୍ତସନ୍ତ
ହୋଇଯାଏ……

ଯନ୍ତ୍ରଣାର ଝୁଲସବୁ ସେ ମଣିଷର
ହୃଦୟ ଉପରେ ଖଣ୍ଡ ଖଣ୍ଡ ହୋଇ
ଛିଣ୍ଡି ପଡ଼ିଲାବେଳେ,
କରୁଣ ଆର୍ତ୍ତନାଦରେ
ବିବଶ ହୋଇଯାଏ ନିରୀହ ମଣିଷଟି…..

ସେ ନିଜେ ନିଜକୁ ପଚାରେ ଯେ
କିଛି ବି ସେ ଭୂଲ କରିନି,
ତଥାପି ସେ ଏ ଶାସ୍ତି
କାଇଁ ପାଉଛି ଯନ୍ତ୍ରଣାର!

ସେ ନା କାହାକୁ କିଛି କହିପାରେ,
ନା କାହାକୁ କିଛି ବୁଝାଇ ପାରେ ,
ମନରେ ସେ ଖାଲି ଜଳୁଥାଏ
ଆଉ ଛାତି ଭିତରେ କୋହସବୁକୁ
ହଳାହଳ ପରି ପିଇ ଚାଲିଥାଏ
ନିର୍ବିକାର ଭାବେ
ଖାଲି ଏକା ଏକା …..

Leave a Reply

Your email address will not be published. Required fields are marked *